ମୋ ସରକାର ର ଦୃଷ୍ଟି ଆଢୁଆଳରେ ୮୦ ବର୍ଷର ଅସହାୟ ବୃଦ୍ଧା : ପ୍ରଶାସନର ଦୃଷ୍ଟି ପଡିବ କେବେ ?

0
185

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଘଟଣା ସାମନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମରୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ଦୀର୍ଘ ବର୍ଷ ହେଲାଣି ଏକ ମାତ୍ର ମାନସିକ ବିକୃତ ପୁଅକୁ ଧରି ଦୁର୍ବିସହ ଜୀବନ ବିତାଉଛନ୍ତି । ବାରମ୍ବାର ପ୍ରଶାସନକୁ ଗୁହାରୀ କରି ସୁଦ୍ଧା ସମସ୍ତ ପ୍ରକାର ହିତାଧିକାରୀ ଯୋଜନାରୁ ବଞ୍ଚିତ ।

ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି , ହେଲେ କିଛି ସରକାରୀ ବାବୁଙ୍କ ଅବହେଳା ଓ ଇଛାଶକ୍ତି ଅଭାବରୁ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଏଥିରୁ ସ୍ପଷ୍ଟ ଅନୁମେୟ । ଦୀର୍ଘ ବର୍ଷ ହେଲାଣି ଭଙ୍ଗା କୁଡ଼ିଆ ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ବୈଦେହୀ । ଅନେକ ଥର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହେଲାଣି । ହେଲେ ଏହି ଅସହାୟ ବୃଦ୍ଧାଙ୍କ ପ୍ରତି ଯେମିତି ପ୍ରଶାସନର ଟିକେ ଦୟା ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ବୃଦ୍ଧା ଜଣକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here