ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଅଞ୍ଚଳ । ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିଭିନ୍ନ ବିଭାଗକୁ ଅନୁଦାନ ଆକାରରେ ପ୍ରଦାନ କରୁଛନ୍ତି . କିନ୍ତୁ ଜିଲ୍ଲାର ବିଭିନ୍ନ ବିଭାଗରେ ଖାଲି ପଡିଛି ପଦବୀ . ବିଭିନ୍ନ ପଦସ୍ଥ ଅଧିକାରୀ କ୍ଷେତ୍ର କର୍ମଚାରୀ କିରାଣୀ ପଦବୀ ଦୀର୍ଘ ଦିନ ହେଲା ପୂରଣ ହୋଇ ପାରୁନାହିଁ । ଯାହା ଫଳରେ ଜିଲ୍ଲାରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଜିଲ୍ଲାରେ ସଂସ୍କୃତି ବିଭାଗ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ପଦବୀ ଖାଲି ପଡ଼ିଛି । ଦୀର୍ଘ ଦିନ ହେଲା ପୂରଣ ହୋଇ ପାରୁନାହିଁ । ସେହି ପରି କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର କ୍ଷେତ୍ର କର୍ମଚାରୀ ପଦବୀ ଖାଲି ପଡ଼ିଛି । ବିଭିନ୍ନ ବିଭାଗରେ କିରାଣୀ ପଦବୀ ଗୁଡିକ ଖାଲି ପଡ଼ିଥିବାରୁ କାଗଜପତ୍ର କାମ ସମ୍ପାଦନାରେ ଅସୁବିଧା ହେଉଛି . ରାଜ୍ୟ ସରକାର , ଶାସନ ବ୍ୟବସ୍ଥାକୁ ମୋ ସରକାର , 5 ଟି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାରେ ସ୍ୱଚ୍ଛତାର ବିକାଶ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲାରେ ବିକାଶ ଦିଗରେ ଜନ ପ୍ରତିନିଧି ମାନଙ୍କର ସ୍ୱର ଭୁବନେଶ୍ୱର ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ କି ବୋଲି ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ .