ୟୁଥ ଅଫ କନ୍ଧମାଳର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ ।

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହତା ଜାରି ରହିଥିବା ସମୟରେ ଆମ ରାଜ୍ୟରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ . ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି l କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ ଦିନ ବିତାଉଛନ୍ତି ।

କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁ ନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି l ଏହାକୁ ଦୃଷ୍ଟିରେ ରଖି ୟୁଥ୍ ଅଫ କନ୍ଧମାଳ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି l ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତ ରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ବାଇକୁମ୍ପ, ତକଳି, କୁଟିଲାଝର, ଝାଡବଲସକୁମ୍ପl ଓ ଖାଲିବେରନା ଗ୍ରାମରେ ଏହି ଟିମ ପହଞ୍ଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ବଳରାମ ବିନ୍ଧାଣି , କରୁଣ ଭାଇ , ସୈାମ୍ୟଜିତ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ ।

Leave a Reply

Your email address will not be published. Required fields are marked *