ଡିଜିଟାଲ ଯୁଗର ନାରା : ରିପୋର୍ଟ ପାଇଁ ଧାଡି କାହିଁକି !!

0
299

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ଦ୍ଵିତୀୟ ଲହରୀ ତାର କାୟା ବିସ୍ତାର କରୁଥିବା ସମୟରେ , କଡା କଟକଣା ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର . ତେବେ ଡାକ୍ତରଖାନା କୁ ଯାଇ କୋଭିଡ ପରୀକ୍ଷା କରାଉଥିବା ଲୋକମାନେ ରିପୋର୍ଟ ଆଣିବାକୁ ଯାଇ ଅଯଥା ଗହଳିରେ ଫସିବା ସହ ବହୁ ହଇରାଣ ହରକତ ହେଉଛନ୍ତି . ପରୀକ୍ଷା ସମୟରେ ନାମ ଠିକଣା ଏବଂ ଯୋଗାଯୋଗ ନମ୍ବର ଦିଆଯାଉ ଥିଲେବି ତାହା କାମରେ ଆସୁନି . ଡିଜିଟକ ଯୁଗର ନାରା ଦେଉଥିବା ସରକାର ଲୋକଙ୍କୁ ରିପୋର୍ଟ ମେସେଜ ମାଧ୍ୟମରେ ନପଠାଇ କାହିଁକି ଧାଡିରେ ଠିଆ କରାଉଛନ୍ତି ବୋଲି କେତେକ ବ୍ୟକ୍ତି ପ୍ରଶ୍ନ କରିଛନ୍ତି .

ଗୋଟିଏ ପଟରେ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସରକାର କହୁଥିବା ସମୟରେ , ରିପୋର୍ଟ ସଂଗ୍ରହ ନାମରେ ସବୁ ବୟସର ବ୍ୟକ୍ତିଙ୍କୁ ଧାଡିରେ ଠିଆ କରାଉଛନ୍ତି . ବିଭିନ୍ନ ସରକାରୀ ତଥା ବେସରକାରୀ କାମରେ ମେଲ ମେସେଜ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖବର ପଠା ଯାଇପାରୁଛି . ତେବେ କୋଭିଡ ପରୀକ୍ଷା ପରେ ରିପୋର୍ଟ କୁ ସଫ୍ଟ କପି ଆକାରରେ ପଠାଗଲେ ଡାକ୍ତରଖାନା ପରିସରରେ ବହୁ ଗହଳି କମିପାରନ୍ତା .

LEAVE A REPLY

Please enter your comment!
Please enter your name here