ପୁଣି ଜବତ ହେଲା ବାରହା ମାଂସ : ୩ ଶିକାରୀ ଗିରଫ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ପୁଣି ଜବତ ହେଲା ବାରହା ମାଂସ , ବନବିଭାଗ ଦ୍ୱାରା 3 ଶିକାରୀ ଗିରଫ . ଢେଙ୍କାନାଳ ଜିଲ୍ଲାର ଷଡ଼ଙ୍ଗୀ ବନବିଭାଗ ଅଧିକାରୀ ଚଢ଼ାଉ କରି 3 ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବାର୍ହା ମାଂସ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ ଅଶ୍ୱଖୋଲ ଜଙ୍ଗଲରୁ ଶିକାର କରୁଥିବା ସମୟରେ ଷଡ଼ଙ୍ଗୀ ରେଞ୍ଜ କର୍ମଚାରୀଙ୍କ ଦ୍ୱାରା ଧରା ପଡିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଉପେନ୍ଦ୍ର ମଲିକ, ସଞ୍ଜୟ ପଣ୍ଡା ଏବଂ ବିକାଶ ମଲିକ । ସେମାନଙ୍କ ଠାରୁ 8 କେଜି ଜଙ୍ଗଲୀ ବାର୍ହା ମାଂସ, ଗୋଟେ ହିରୋ ସ୍ପ୍ଲେଣ୍ଡର ଗାଡ଼ି ଓ ମୋବାଇଲ ଫୋନ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *