ଅନ୍ତିମ ବିକଳ୍ପ ହେଉ – ଲକ ଡାଉନ !!!

0
341

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେଶକୁ ଲକ ଡାଉନ ରୁ ବଞ୍ଚାଇବାକୁ ହେବ . ରାଜ୍ୟ ମାନେ ଲକ ଡାଉନ ଏଡ଼ାଇବାକୁ କଡା କଟକଣା ଜାରି କରନ୍ତୁ . ଲକ ଡାଉନ ହେଉ ଅନ୍ତିମ ବିକଳ୍ପ . ଦେଶବାସୀ କୋଭିଡ ନିୟମ ମାନନ୍ତୁ . କରୋନା ମହାମାରୀ ସଂକ୍ରମଣର ଦ୍ଵିତୀୟ ଲହରୀରେ ସମଗ୍ର ଦେଶ ଆତଙ୍କିତ . ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ .

ଗତବର୍ଷ କରୋନା ସଂକ୍ରମଣ ପରିସ୍ଥିତିରେ ଦେଶରେ ଲକ ଡାଉନ ଲାଗୁହେବା ପରେ , ଦେଶର ସାମାଜିକ ଆର୍ଥିକ ଅବସ୍ଥା ସଂପୂର୍ଣ୍ଣ ବିଗିଡି ଯାଇଥିଲା . କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରି ଲକ ଡାଉନ କୁ ଏଡ଼ାଇବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ . ଲକ ଡାଉନ ରୁ ବଞ୍ଚିବା ପାଇଁ ରାଜ୍ୟ ସରକାର କାମ କରନ୍ତୁ . ଛୋଟ ଛୋଟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କୁ ଗୁରୁତ୍ୱ ଦିଆଯାଉ . କରୋନା ର ଦ୍ଵିତୀୟ ଲହରୀ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଥିବାରୁ , ସମସ୍ତଙ୍କର ସହଯୋଗରେ କୋଭିଡ କୁ ମୁକାବିଲା କରାଯାଇ ପାରିବ .

LEAVE A REPLY

Please enter your comment!
Please enter your name here