ରବିନାରାୟଣ ପଟ୍ଟନାୟକଙ୍କୁ ରାଜୀବ ଗାନ୍ଧୀ ସେବା ସମ୍ମାନ ୨୦୨୬ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୮୨ତମ ଜୟନ୍ତୀ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଶ୍ରୀ ଲାଲଜୀ ଦେଶାଇଜୀ, ସହ ପ୍ରଭାରୀ ଯେ ଟି କୁସୁମ୍ କୁମାର, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗଦେଇ ରାଜୀବ ଗାନ୍ଧୀ ଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଯୁବ ସ୍ତମ୍ଭ ଲେଖକ ତଥା ସମାଜସେବୀ ଶ୍ରୀଯୁକ୍ତ ରବିନାରାୟଣ ପଟ୍ଟନାୟକଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି । ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ସ୍ତମ୍ଭକାର ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଶ୍ରୀ ପଟ୍ଟନାୟକ ସମାଜସେବା ସହ ସ୍ତମ୍ବକାର ଭାବେ ବେଶ୍ ପରିଚିତ । ଦୈନିକ ଖବର କାଗଜରେ ସ୍ତମ୍ବ ଲେଖିବା ଓ ସମାଜ ସେବା ପାଇଁ ସେ ଓଡ଼ିଶା ର ବିଭିନ୍ନ ଜାଗାରୁ ସମ୍ମାନିତ ହେଇଛନ୍ତି । ଏହି ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲର ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *