ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ” ଆକାଂକ୍ଷା ” କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିରେ ବିଶେଷ ସକ୍ରିୟତା ଯୋଗୁଁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ମୋନା ଶର୍ମା, ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାରେ ସମ୍ମାନୀତ ଅତିଥି ରୂପେ ଚିଲିକା ଉନ୍ନୟନ ଅଧିକାରୀ ରତିକାନ୍ତ ଜେନା, ପ୍ରୋଗ୍ରାମ କର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ୍ୱର ଜେନା ମଞ୍ଚାସୀନ ଥିଲେ । ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ, ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ସଦସ୍ୟା ଶ୍ରୀମତୀ ଅଳକା ସାହୁ ପୁରସ୍କାର ଗ୍ରହଣ କରିଥିଲେ । ଏଥି ନିମନ୍ତେ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ, କୋଷାଧ୍ୟକ୍ଷା ଶ୍ରୀମତୀ ସରିତା ପାଣିଗ୍ରାହୀ ସଙ୍ଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଙ୍ଗଠନର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବୁଦ୍ଧିଜୀବୀ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ହରିମୋହନ ପଟ୍ଟନାୟକ, ବିନୋଦଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ଗୋପାଳ ଚନ୍ଦ୍ର ଶତପଥୀ, ଭାଗବତ ପାଢୀ ଏବଂ ମୁରଲୀଧର ପରିଚ୍ଛା ।
ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସମ୍ମାନୀତ ହେଲା ମହିଳା ସଂଗଠନ ଆକାଂକ୍ଷା !!!

