ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡିରୁ ମିଳିଲା ଲକ୍ଷାଧିକ ଟଙ୍କା ଓ ରୂପାର ଗହଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା ‘ ଭଗବତୀଙ୍କ ମନ୍ଦିର ଭିତରହୁଣ୍ଡି ଖୋଲାଯାଇଛି । ବାହାର ହୁଣ୍ଡି ଖୋଲିବାର କିଛିଦିନ ବ୍ୟବଧାନରେ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ତହସିଲଦାର ହରପ୍ରିୟା ମଲ୍ଲିକ ଏବଂ କମିଟିର ସଭ୍ୟ ବାଣପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ ଜୟପ୍ରକାଶ ପରୀଡ଼ା, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମନ୍ଦିର କାର୍ୟାଳୟ କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର,ପାଳିଆ ମାଳିସଂଗ୍ରାମ ମହାପାତ୍ର,ପୂଜକ ଅନୀଲ ମହାପାତ୍ର ଙ୍କଉପସ୍ଥିତିରେ ଭିତର ହୁଣ୍ଡିଖୋଲାଯାଇ ଗଣତି ମଣତି ପରେ ଟ୧,୩୦,୮୨୩ (ଏକଲକ୍ଷ ତିରିଶିହଜାର, ଆଠଶହ ତେଇଶି) ଙ୍କା ସହ ୭୦% ବିଶିଷ୍ଟ ୬ଗ୍ରାମ ୯୦୦ ମିଲି ଗ୍ରାମ ଓଜନର ଦୁଇଟି ରୂପା ଆକ୍ଷି ସଂଗ୍ରହ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କ ଠାରୁ ପ୍ରକାଶ । ଶ୍ରଦ୍ଧାଳୁଙ୍କ ଏହି ଦାନ ଅର୍ଥ ମା’ଙ୍କ ସେବାପୂଜାରେ ଲାଗିବ ।

Leave a Reply

Your email address will not be published. Required fields are marked *