ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ମାଣିବନ୍ଧ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଭାପୁର ବ୍ଲକ ପ୍ରମେୟ ପ୍ରତିନିଧି ରଞ୍ଜନ କୁମାର ମହାପାତ୍ରଙ୍କ ପିତା ରଘୁନାଥ ମହାପାତ୍ର (୬୩ ) ଙ୍କର ଶୁକ୍ରବାର ରାତି ୧୨.୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାପାତ୍ର ଜଣେ ପରିବେଶବିତ୍ ଭାବେ ଜଣାଶୁଣା ଥିଲେ । ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଶହ ଶହ ବୃକ୍ଷରୋପଣ କରି ସାଧାରଣରେ ପ୍ରଶଂସାର ପାତ୍ର ହୋଇଥିବା ସ୍ୱର୍ଗତ ମହାପାତ୍ରଙ୍କୁ ୨୦୨୦ ମସିହାରେ ସମ୍ମାନ ଜନକ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଣିବନ୍ଧ ଗ୍ରାମସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ସାମ୍ବାଦିକଙ୍କ ପିତୃବିୟୋଗ !!

