ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ ମୋୖଜାରେ ବିଶୋଧନ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବୟାଳିଶ ମୌଜା ଉପକଣ୍ଠ କୂଳସରିଚୁଆଁ ପଞ୍ଚାୟତର ମହାପ୍ରଭୁ ନୀଳକଣ୍ଠନାଥ ମନ୍ଦିର ପରିସର, ଚାନ୍ଦୁଲି, କୋଡ଼ିପାଳ, ଠାକୁରସାହି ବରାଳ, ମିର୍ଜାଇପୁର ଆଦି ବହୁ ଗ୍ରାମର ବିଭିନ୍ନ ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀ କୁ ରୋକିବା ତଥା ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ବିଶୋଧନ କାର୍ଯ୍ୟ କରାଯାଇଛି । ପରିଷଦ ପକ୍ଷରୁ କାର୍ଯ୍ୟକର୍ତ୍ତା ରସାନନ୍ଦ ବେହେରା, ଅରୁଣ ମହାରଣା, ଶରତ କୁମାର ରାଉଳ, ଗଜେନ୍ଦ୍ର ବେଉରା, ପ୍ରଫୁଲ୍ଲ କୁମାର ପ୍ରଧାନ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ସଫଳ କରିଥିଲେ ।

ଏହି ସେବା କାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ, ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ, ସାଧୁ ଉଦ୍ୟମକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ଆଗାମୀ ଦିନ ମାନଙ୍କରେ ଏହିପରି ବିଭିନ୍ନ ସେଵା ଦିଗରେ ସମସ୍ତେ ସହଯୋଗ କରିବାକୁ ସର୍ବସାଧାରଣରେ ନିବେଦନ କରିବାସହ କରୋନା ମହାମାରୀ ସମୟରେ ପୂର୍ଣ୍ଣ ସଚେତନତାକୁ ଅଗ୍ରାଧିକାର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *