କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରା ଯାଇଥିବା ଶନିବାର ଓ ରବିବାର ଦୁଇଦିନ ସହରାଞ୍ଚଳ ସପ୍ତାହନ୍ତ ସଟଡାଉନର ପ୍ରଭାବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ତିନୋଟି ସହରାଞ୍ଚଳରେ ଦେଖିବାକୁ ମିଳିଛି ।
ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତ୍ରୀବାହୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଥିଲା l ଯାହା ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମେଡ଼ିକାଲ କୁ ଆସିଥିବା ରୋଗୀ ଙ୍କ ସମ୍ପର୍କୀୟ ମାନେ ମଧ୍ୟ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ ବିତାଉଥିବା ଦେଖିବାକୁ ମିଳିଥିଲା । ତେବେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ବାଲିଗୁଡ଼ା ବିଜୁ ଯୁବଜନତା ଦଳ ତରଫରୁ ରାତିରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ରନ୍ଧା ଖାଦ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ , ସଟଡାଉନ୍ ସମୟ ରେ କୌଣସି ଲୋକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ । ତେଣୁ ସଟଡାଉନ୍ ସମୟରେ ଆଗକୁ ଏଭଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଜୁ ଯୁବଜନତା ଦଳ ପକ୍ଷରୁ କୁହାଯାଇଛି ।