ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀକରଣସାହି ନିବାସୀ ଜିଲ୍ଲା କୃଷକ ସଂଘ ସଭାପତି ଙ୍କ ମାତା ପ୍ରମିଳା ପଟ୍ଟନାୟକ ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଥିଲେ । ଜଣେ ଶ୍ରଦ୍ଧାଳୁ ତଥା ନିଜର ଅମାୟିକ ବ୍ଯବହାର ଯୋଗୁଁ ସମସ୍ତେ ତାଙ୍କୁ ସମ୍ମାନିତ କରୁଥିଲେ । ପତି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଧାକୃଷ୍ଣ ମନ୍ଦିରର ସୁପରିଚାଳନା ଦାୟିତ୍ୱ ତୁଲାଉଥିଲେ । ତାଙ୍କର ପରଲୋକ ଖବର ପାଇ ପାରଳା ବାସୀ ଶୋକ ପ୍ରକାଶ କରିଛନ୍ତି । ଅଧିକାରୀ ପରିବାର ହିସାବରେ ତାଙ୍କର ଶ୍ରେଷ୍ଠ ସମ୍ମାନ ଥିଲା । ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢୀ, ଭାରତ ଭୂଷଣ ମହାନ୍ତି, ପୂର୍ଣଚନ୍ଦ୍ର ରଥ, ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ, ଡ.ଭାରତୀ ପାଣିଗ୍ରାହୀ, ଡ.ରୀନା ସାହୁ ତଥା ବିଭିନ୍ନ ସାଂସ୍କୃତିକ ଓ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *