ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପବିତ୍ର ଶିକ୍ଷକ ଦିବସ ଅବସରରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତାଳବସ୍ତ ପରିସରରେ ଏକ ସୁନ୍ଦର ଓ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଜା ରାଉତଙ୍କ ସଭାପତିତ୍ୱରେ ସଭା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟୋଜନ କରିବାରେ ପ୍ରଦୀପ୍ତ କୁମାର ପୋଥାଳ, ବନମାଳୀ ରାଉତ, ଡମ୍ବରୁଧର ବସ୍ତି, ଦେବାଶିଷ ପାଣି ଏବଂ ମାନସ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅପର୍ତ୍ତି ବେହେରା,ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଗଙ୍ଗାଧର ଦାଶ ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପ୍ରକୃତିବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗଦେଇ ଗୁରୁ ଦିବସର ମହତ୍ତ୍ୱ ଓ ଶିକ୍ଷକଙ୍କ ମହାନ ଭୂମିକା ସମ୍ପର୍କରେ ନିଜର ମତାମତ ରଖିଥିଲେ | ପୂର୍ବରୁ ଆୟୋଜିତ ବକୃତା, କୁଇଜ ଏବଂ ରଚନାରେ ପୁରସ୍କୃତ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ |
ବକ୍ତାମାନେ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ଓ ତାଙ୍କର ଶିକ୍ଷା ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅତିଥି ମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |
ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତାଳବସ୍ତରେ ଗୁରୁ ଦିବସ ପାଳନ !!!

