ଚିଲିକା ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାରେ ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ପାଠଚକ୍ରରେ ପୂର୍ବରୁ ଚିଲିକା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମନୋନୀତ ମୋଟ ୧୦ ଟି ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପାଠଚକ୍ରରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଇପ୍ସିତା ମହାରଣା ପ୍ରଥମ , ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାମଲା ପ୍ରଧାନ ୨ ୟ ଏବଂ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଆଙ୍କୁଲାଚଟିର ଛାତ୍ରୀ ଦୀପିକା ପାଇକରାୟ ୩ ୟ ବିବେଚିତ ହୋଇଛନ୍ତି । ତେବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାକୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଇପ୍ସିତା ମହାରଣା ମନୋନୀତ ହୋଇଛନ୍ତି । ଉକ୍ତ କାର୍ଯ୍ୟକର୍ମରେ ବାଲୁଗାଁ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଓ ଗୋଦାବରୀଶ ମହା ବିଦ୍ୟାଳୟର ବାଣପୁର ରସାୟନ ବିଜ୍ଞାନର ଅଧ୍ୟାପିକା ଉତ୍କଳିକା ପାଢ଼ୀ ବିଚାରପତି ଭାବେ ଯୋଗଦେଇ କୃତି ଛାତ୍ରୀ ମାନଙ୍କୁ ଚୟନ କରିଛନ୍ତି । ଏହି ପାଠଚକ୍ରରେ ଚିଲିକା ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ମହାନ୍ତି ଯୋଗ ଦେଇଥିବା ବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, ଶିକ୍ଷୟତ୍ରୀ ରାଜସ୍ମିତା ମଲ୍ଲକ ସମେତ ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *