କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ହୋଇ ଥିବାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସକାଳୁ ଭକ୍ତମାନେ ନଡିଆ କଦଳୀ, ବେଲପତ୍ର, କ୍ଷୀର ଦହି, ମହୁ,ଗଇସଫୁଲ ଓ ପଇଡ଼ ପ୍ରଭୃତି ପୂଜା ସାମଗ୍ରୀ ଧରି ଦେବ ଦେବ ମହାଦେବଙ୍କ ପୂଜା ଆରାଧନା କରିଛନ୍ତି।ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସର ବିଶେଶ୍ୱତ ହେଉଛି ହରି ହରଙ୍କ ମାସ।ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ମହାଦେବଙ୍କୁ ଦର୍ଶନ କରି ପୂଜା କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।ଏହି ଦିନ ଭକ୍ତମାନେ ଉପବାସ ରହି ଶିଵଙ୍କ ଉପରେ ଜଳ,କ୍ଷୀର, ମହୁ, ଦହି,ପଇଡ଼ ପାଣି ପ୍ରଭୃତିରେ ଅଭିଷେକ କଲେ କୋଟି ପୁଣ୍ୟ ମିଳେ ଓ ନିଜର ପରିବାରର ସମୃଦ୍ଧି ରୋଗ ବ୍ୟାଧି ଦୂର ହୋଇ ଶାନ୍ତିରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *