+2 ଦ୍ଵିତୀୟ ବର୍ଷ ପରୀକ୍ଷା ବାତିଲ ନିମନ୍ତେ ଗଣ ଆନ୍ଦୋଳନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ରାଜ୍ୟରେ ଚଳିତ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ପରେ ଏବେ କେନ୍ଦ୍ରାପଡା ଜିଲ୍ଲା ରେ ଦ୍ୱିତୀୟ ବର୍ଷର ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା ତିନିମୁହାଣୀ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହ ଶହ ଯାନବାହନ । କିଛି ସମୟ ପାଇଁ ଚଳାଚଳ ସମ୍ପୁର୍ଣ୍ଣ ରୂପେ ଠପ ହୋଇଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଅଟକି ରହିଥିବା ଯାନବାହନ ଚଳାଚଳ ହୋଇଥିଲା । ଅନ୍ୟପକ୍ଷରେ ଯଦି ଛାତ୍ରଛାତ୍ରୀ ମାନଙ୍କ ଦାବୀ ପୂରଣ ନହୁଏ ତେବେ ଜିଲ୍ଲାର ସମସ୍ତ ଅଞ୍ଚଳ ବନ୍ଦ କରାଯିବା ସମେତ ସାରା ଓଡିଶା ବନ୍ଦ ହେବାର ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *