ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାମର ଉଦଘାଟନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢ଼ୀପି ଏବଂ ଯାକେଡ଼ା ପଞ୍ଚାୟତ ରେ ଅଙ୍ଗନୱlଡି ଗୃହ, କୋଠଘର ଏବଂ ଅନ୍ୟ କେତେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା . କୋଭିଡ କଟକଣା ଅନୁଯାୟୀ ଆୟୋଜିତ ଆଜି ଏହି ମାରାଥନ କାର୍ଯ୍ୟକ୍ରମରେ ଲୋକ ମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ନିୟମକୁ କଡାକଡି ଭାବରେ ପାଳନ କରାଯାଇଥିଲା .

କରୋନା ମହାମାରୀର ଭୟାବହତା ବଢୁଥିବା ବେଳେ ସମସ୍ତେ ସତର୍କ ଏବଂ ସଚେତନ ରହିବାକୁ ବାର୍ତ୍ତା ପ୍ରଦାନ କରିଥିଲେ ସ୍ଥାନୀୟ ବିଧାୟକ l ସମସ୍ତେ କିପରି ସରକାରଙ୍କ କୋଭିଡ଼ ନିୟମ ମାନିବେ ସେ ବିଷୟରେ ଲୋକମାନଙ୍କୁ ମଧ୍ୟ ସଚେତନ କରାଇଥିଲେ l କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ , ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସlସମଲ ଏବଂ ସ୍ଥାନୀୟ ଅଞ୍ଚଳର ସ୍ୱଳ୍ପ ଲୋକ ଉପସ୍ଥିତ ରହିଥିଲେ I