ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କରୋନା ମହାମାରୀର କଷଣ , ତା ସହିତ ଭୀଷଣ ଗ୍ରୀଷ୍ମ ପ୍ରବାହ . ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ସମୟରେ ଦାଉ ସାଧୁଛି ଅଦିନିଆ ବର୍ଷା ଏବଂ ବଜ୍ରପାତ . ସୁକିନ୍ଦା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପ୍ରବଳ ଘଡ଼ଘଡି ଓ ପ୍ରବଳ ବର୍ଷା ଲାଗି ରହିଥିବା ବଜ୍ରପାତରେ ଲେମ୍ବୋ ପଞ୍ଚାୟତ ପୁରସ୍ତମପୁର ଗ୍ରାମର ଚକ୍ରଧର ମହାନ୍ତଙ୍କର ଗୋଟିଏ ବଳଦ ଓ ଗୋଟିଏ ଛେଳି ମୃତ୍ୟୁ ବରଣ କରିଥିବାର .ଜଣାଯାଇଛି . ସକାଳୁ ସ୍ଥାନୀୟ ପଶୁ ଡାକ୍ତର ଚକ୍ରଧରଙ୍କ ଘରେ ପହଞ୍ଚି ତଦନ୍ତ କରିବା ପରେ ଦୁଇ ମୃତ ପ୍ରାଣୀଙ୍କୁ ପୋତି ଦିଆ ଯାଇଥିବା ସୂଚନା ମିଳିଛି ।