ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଶୋକସଭା ।

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ , ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି .ଦିବଂଗତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଵିଦ୍ୟାଳୟର ପୁରୁଣା ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନେ ସ୍ମୃତି ଚରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ୮୫ବର୍ଷୀୟ ଶ୍ରୀ ମହାରଣା ଚଳ ଚଞ୍ଚଳ ସ୍ଥିତିରେ ନିଜ ବାସଭବନ ନଡ଼ିଆତୋଟା ସାହିରେ ପ୍ରାଣତ୍ୟାଗ କରିଥିଲେ । ଜଣେ ଯୁବ ସୁଲଭ ସ୍ୱଭାବର ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ ସ୍ୱର୍ଗୀୟ ଶିକ୍ଷକ । ଶିକ୍ଷାଦାନ ସହ ସାରସ୍ୱତ ସାଧନା, ଜଣେ ବାଗ୍ମୀ ଓ ଶିକ୍ଷାବିତ ଭାବେ ସେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଶ୍ରମ ଏବଂ ସେବା ଜାରି ରଖିଥିଲେ । ଗଣିତ, ବିଜ୍ଞାନ, ଇଂରାଜୀ ଭାଷା ଓ ଓଡିଆ ଭାଷାରେ ସେ ପ୍ରବିଣ ଥିଲେ । ମୃତ୍ୟୁ ସମୟରେ ୪ ପୁଅ , ଝିଅ ସହ ନାତି, ନାତୁଣୀ ଉପସ୍ଥିତ ଥିଲେ । ନୂଆ ଏବଂ ପୁରୁଣା ଶିକ୍ଷକ ମାନଙ୍କ ମଧ୍ୟରେ ରାମଶଙ୍କର ଗନ୍ତlୟତ, ବେଣୁ ଗୋପାଳ ପାଢ଼ୀ, ବିଚିତ୍ରାନନ୍ଦ ବେବର୍ତ୍ତା, ରଶ୍ମିତା କୁମାରୀ ନନ୍ଦ, ସୁଜ୍ଞାନିପ୍ରଭା ପାଣିଗ୍ରାହୀ, ରଘୁନାଥ ବରାଡ଼, ଲକ୍ଷ୍ମୀ ନାରାୟଣ ହୋତା, ୱାଇ ଶିବ କୁମାର, କବିତା ରାଉତ, ବିଷୈପ୍ରିୟା ପାଢ଼ୀ, ଶ୍ରୀଲକ୍ଷ୍ମୀ .ଜି , ରାଜେନ୍ଦ୍ର ପଢ଼ିଆରୀ ପ୍ରମୂଖ ଶୋକସଭାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *