କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ଵିନୀ କୁମାର ଦେବତା : କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ମାତ୍ରା ତୀବ୍ର ହେଉଥିବା ଯୋଗୁଁ ଅନୁଗୋଳ ଜିଲ୍ଲାର କେତେକ ପଞ୍ଚାୟତକୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସରପଞ୍ଚ ମାନେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସମଲ ସରପଞ୍ଚ କଳ୍ପନା ସାହୁ ସମଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମଲ ପାଣି ଟାଙ୍କି କଲୋନୀ, ମାଷ୍ଟର କଲୋନୀ, ମୁଖାର୍ଜୀ କଲୋନୀ କୁ ଅଧିବାସୀ ଙ୍କ ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ଏ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଛନ୍ତି । ରବିବାର ସକାଳ ୧୦ ଠାରୁ ଶନିବାର ସକାଳ ୧୦ ଟା ପର୍ଯ୍ୟନ୍ତ ସଟଡାଉନ୍ ବଳବତ୍ତର ରହିବ ବୋଲି ସରପଞ୍ଚଙ୍କ ତରଫରୁ ସୂଚନା ମିଳିଛି । ଏହି ସଟଡାଉନ୍ କାରଣରୁ ଦୋକାନ ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ଘୋଷଣା କୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡ଼ିକରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ , ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଇଛି ।