ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ମହାମାରୀ କରୋନା ସାରା ଭାରତ କୁ ଦୋହଲାଇ ଦେଇଥିବା ବେଳେ , କଟକଣା ପାଳନ ପାଇଁ ଚେକିଙ୍ଗ କରାଯାଇଛି ଜୋରଦାର . ତେବେ କଡା ପୁଲିସ ପ୍ରହରା ମଧ୍ୟରେ ବି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା . ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳ ରେ ଘଟିଛି ଅଭାବନୀୟ ଘଟଣା , ମାରଣାସ୍ତ୍ର ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଦୁଇ ଲକ୍ଷ ଟଙ୍କା || ସୂଚନା ଥାଉ ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧିନସ୍ଥ ଦଧିବାମନ ଜୀଉ କଲେଜ ଛକ ନିକଟରେ ବନ୍ଧନ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ତିନିଜଣ ଲୁଟେରା ଦୁଇ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି . ଗୋଟିଏ କଳା ଗ୍ଲାମର ମୋଟର ସାଇକେଲରେ ତିନି ଜଣ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଏବଂ କାତି ଦେଖାଇ ଭୟଭୀତ କରି ଟଙ୍କା ବ୍ୟାଗ ଛାଡ଼ି ନେଇଛନ୍ତି ||
ଲୁଟ ଘଟଣା ପରେ ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କ ଭାଟସାହି ଗ୍ରାମର ନିଜ ବ୍ୟାଙ୍କ ରୁ ଋଣ ନେଇଥିବା କିଛି କଷ୍ଟମର ସହ ଫୋନ ରେ ଯୋଗାଯୋଗ କରିଥିଲେ || ଯାହା ଫଳରେ ଖବର ପାଇ ଭାଟସାହି ଗ୍ରାମର କିଛି ଲୋକ ମାନେ ଘଟଣା ସ୍ଥଳରେ ପହଁଚିଥିଲେ || ଘଟଣା ସ୍ଥଳରେ ଆମ ପ୍ରତିନିଧି ପହଞ୍ଚି ଫାଇନାନ୍ସ କର୍ମଚାରୀ ଜଣଙ୍କୁ ପଚାରି ସମସ୍ତ କଥା ବୁଝିବା ପରେ , ବନ୍ଧନ ଫାଇନାନ୍ସ ବ୍ୟାଙ୍କ ର ମ୍ୟାନେଜର ସହ ଯୋଗାଯୋଗ କରିଥିଲେ || ଖବର ପାଇ ଦୁଇ ଜଣ ଷ୍ଟାଫ ଙ୍କୁ ଘଟଣା ସ୍ଥଳ କୁ ପଠାଇଥିଲେ || ପରେ ବାହାଡାଝୋଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫାଇନାନ୍ସ କର୍ମଚାରୀ ଙ୍କୁ ଘଟଣା ସମ୍ପର୍କ ରେ ପଚରା ଉଚରା କରୁଥିବା ସୂଚନା ମିଳୁଛି ||