ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିଜେଡି ଦଳର ବିଧାୟକ ତଥା ଗୃହମନ୍ତ୍ରୀ ଙ୍କ ସଂପୃକ୍ତି ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟି ଶାଖା ପଷରୁ ମମିତା ମେହେର ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି ଓ ଗୃହମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ ଡାକରା ଦିଆଯାଇଥିଲା । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଉପେନ୍ଦ୍ର ବିଶ୍ଵାଳ , ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି , ରାଜନାରାୟଣ ସାହୁ, ଗଣେଶ ପ୍ରସାଦ ମହାନ୍ତି , ଜଗନ୍ନାଥ ଦାସ , ତୁଷାର ରଥ , ସୌଭାଗ୍ୟ ମହାପାତ୍ର ଙ୍କ ସହିତ ବିଜେପି କର୍ମୀମାନେ ଜିଲ୍ଲାର ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତାରେ ଟାୟାର ଜାଳି ପିକେଟିଂ କରିଥିଲେ । ରାଜ୍ୟର ବିଜେଡି ସରକାର ବିରୋଧରେ ଗର୍ଜନ କରିବା ସହିତ କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି ସହ ଗୃହମନ୍ତ୍ରୀ ପଦରୁ ବହିଷ୍କାର ଦାବି ରଖିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମୁନିସିପାଲିଟି ବନ୍ଦ କୁ ସମର୍ଥନ ଜଣାଇ ବ୍ୟବସାୟ ପ୍ରତିଷ୍ଠାନ , ଗାଡିମଟର ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ବିଜେପି କର୍ମୀ ମାନେ ପ୍ରତିବାଦ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ କରାଯାଇଥିଲା ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଜଗତସିଂହପୁର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ !!!

