ଦଶମ ଶ୍ରେଣୀ ପରୀକ୍ଷାରେ ଗଜପତି ଜିଲ୍ଲା ପ୍ରଥମ : କିନ୍ତୁ ପି ଏମ୍ ଶ୍ରୀ ବିଦ୍ୟାଳୟର ଗ୍ରେଡ A1 ଶୂନ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ବର୍ଷର ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ ବୋର୍ଡ ପରୀକ୍ଷାରେ ଗଜପତି ଜିଲ୍ଲା ୯୯.୩୧ରୁ ଉର୍ଦ୍ଧ୍ୱ ପାସ୍‌ ହାର ରଖିଛି I ଗତବର୍ଷ ମଧ୍ୟ ୯୯.୩୫ରୁ ଉର୍ଦ୍ଧ୍ବ ପାସ୍‌ ହାର ରଖି ରାଜ୍ୟରେ ପ୍ରଥମସ୍ଥାନ ଅଧିକାର କରିଥିଲା I ଚଳିତ ବର୍ଷ ୬ ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, କିନ୍ତୁ ଦୁଃଖର ବିଷୟ ସମସ୍ତ ଏ୧ ଟପର୍‌ ବିଶେଷ କରି ବ୍ଲକ୍ ସ୍ତରୀୟ ଆଦିବାସୀ ଅଧୂଷିତ ଅଞ୍ଚଳରେ ଗ୍ରାମପଞ୍ଚାୟତ ସ୍ତରରେ ୫ ଜଣ ଥିବାବେଳେ ଜଣେ ଗୋଷାଣି ବ୍ଲକର ଜଣେ ପାଇଛନ୍ତି । ସେଥୁରୁ ୫ ଜଣ ଝିଅ ଓ ଜଣେ ପୁଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଶେଷ କରି ସରକାର ଜିଲ୍ଲାରେ ପାଖାପାଖି ୧୨ ବିଦ୍ୟାଳୟକୁ ପିଏମ୍ ଶ୍ରୀ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି । ସେହି ବିଦ୍ୟାଳୟ ପ୍ରତି ସରକାର ଅଧିକ ଦୃଷ୍ଟି ଆକର୍ଷଣ କରିବା ସହିତ ପିଲାଙ୍କ ପାଠପଢ଼ା କୁ ବହୁତ ପ୍ରାଧାନ୍ୟ ଦେଇଥିବା ବେଳେ ସେ ବିଦ୍ୟାଳୟ ମାନଙ୍କରେ A1 ଗ୍ରେଡ ଶୂନ୍ୟ ଦେଖିବାକୁ ମିଳିଛି | ଏହା ସହିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ୫ଟି ବିଦ୍ୟାଳୟ ମଧ୍ୟରୁ ଗୋଟିଏ ବେସରକାରୀ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଥିବା ବେଳେ ୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି।ସେଥୁରୁ ୧୦୦ ବର୍ଷର ପୁରାତନ ୨ଟି ବିଦ୍ୟାଳୟ ଯଥା:- ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ଓ ମହାରାଜାଙ୍କ ଉଚ୍ଚ ବାଳିକା ବିଦ୍ୟାଳୟ ଅଟେ । ଗତ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ସ୍କୁଲରେ ଭଲ ପରୀକ୍ଷାଫଳ କରୁଥିଲା । ବର୍ତ୍ତମାନ ଏଥିରେ ଏ-୧ ଗ୍ରେଡରେ ମରୁଡ଼ି ହୋଇ ପଡିଛି ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ବର୍ତ୍ତମାନ ଏ୧ ପାଇବା କାଠିକର ପାଠ , ଏହାଛଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କ୍ରମାନ୍ୱୟରେ ଏ୧ ରହି ଆସୁଥୁଥିବା ବେଳେ ଏହି ବର୍ଷ କେହି ଏ୧ରେ ପାସ୍ କରିନାହାନ୍ତି ! ତଥାପି ସେଠାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି I ଏହିସବୁ ଅନୁଶୀଳନ କଲେ ଗୁଣାତ୍ମକ ଶିକ୍ଷାର ଅଭାବ ସରକାରୀ ସ୍କୁଲରେ ପରିଲକ୍ଷିତ ହୋଇଛି । ସେହିପରି ଗୁରାଣ୍ଡି ହ।ଇସ୍କୁଲ ମଧ୍ୟ ଏ 1 ପାଇନାହିଁ । ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *