କାର ସହ ଗଞ୍ଜେଇ ଜବତ : ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ . ପୋଲିସ ଓ ଅବକାରୀ ବିଭାଗର କଡା ସୁରକ୍ଷା ଥିଲେ ମଧ୍ୟ ବେଆଇନ ଗଞ୍ଜେଇ କାରବାର ଥମିବାର ନା ଧରୁନି l ଚୋରା ଚାଲାଣ ବେଳେ ଅନେକ ଗଞ୍ଜେଇ ମାଫିଆ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି, ତଥାପି ଏହି ବେଆଇନ ଗଞ୍ଜେଇ କରବାର ଉପରେ ରୋକ ଲଗାଯାଇ ପାରୁନାହିଁ l କିଛି ଦିନ ର ନିରବତା ପରେ ଫିରିଙ୍ଗିଆ ପୋଲିସ ହାତରେ ଧରା ପଡିଛନ୍ତି ଜଣେ ନାବାଳକ ସହ ତିନିଜଣ ଗଞ୍ଜେଇ ମାଫିଆ. ତେବେ ଏକ କାର ରେ ଫିରିଙ୍ଗିଆ ଜାଜେଶପଙ୍ଗା ଅଞ୍ଚଳରୁ ଭୁବନେଶ୍ୱର କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ମିଳିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ଫିରିଙ୍ଗିଆ ନୂଆପଦର ରାସ୍ତାର ଶିମିଳିସାହି ଠାରେ ଉକ୍ତ କାର କୁ ଜବତ କରିଥିଲେ l କାର ଟିକୁ ଜବତ କରି ଯାଞ୍ଚ କରିବା ସମୟରେ ଉକ୍ତ କାର ରୁ ୩୦ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ଜଣେ ନାବାଳକ ସହ ତିନି ଜଣକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି l ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଫିରିଙ୍ଗିଆ ଥାନା ଜାଜେଶପାଙ୍ଗା ପଞ୍ଚାୟତ ଉପର ଦାମିଙ୍ଗିଆ ଗାଁର ଧନୁ ଡିଗାଲ ଓ ଅରୁଣ ଡିଗାଲ ବୋଲି ଜଣା ପଡ଼ିଥିବା ବେଳେ ନାବାଳକ ଜଣକ ଏହି ମାମଲାରେ ଗିରଫ ହୋଇଥିବା ଧନୁ ଡିଗାଲ ର ପୁଅ ବୋଲି ଜଣାପଡିଛି l ଫିରିଙ୍ଗିଆ ଥାନାରେ କେଶ ନଂ. ୫୫/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବିଷୟ ତଦନ୍ତକାରୀ ପୋଲିସ ଅଫିସର ପ୍ରଦିପ କୁମାର ରାଉଳ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *