ଲକ୍ ଡାଉନକୁ ସଫଳ କରିବା ପାଇଁ ରଣପୁର ପୋଲିସର ତତ୍ପରତା !!

0
526

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଲାଗୁ ହେଲା ‘ଲକଡାଉନ୍‌’ ଅସ୍ତ୍ର, ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ କଟକଣା, ଲକ୍ ଡାଉନକୁ ସଫଳ କରିବା ପାଇଁ ରଣପୁର ପୋଲିସର ତତ୍ପରତା । ଏହି ୧୪ ଦିନିଆ ଲକଡାଉନ ସମୟରେ ଜରୁରୀ ସେବା, ଜରୁରୀ କାମ, ଅତ୍ୟାବଶ୍ୟକ ସାମଗ୍ରୀ ଓ ମାଲ୍‌ ପରିବହନକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିବ । ଗତକାଲି ଠାରୁ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଆରମ୍ଭ ହୋଇଅଛି । ଏହି ଲକ୍ ଡାଉନରେ ସାମିଲ ହୋଇଛି ରଣପୁର l ଲକ୍ ଡାଉନୁ କୁ ସଫଳ କରିବା ପାଇଁ ରଣପୁର ଓ ଚାନ୍ଦପୁର ପୋଲିସ ଦେଖାଇଛି ତତ୍ପରତା l ଏହି ସମୟରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ଦୋକାନରେ । ଏହି ୬ ଘଣ୍ଟା ଖୋଲା ରହିବ ପନିପରିବା, ଗ୍ରୋସରୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ । ଗୋ ଖାଦ୍ୟ ବି ମିଳିବ । ମେଡିସିନ୍‌ ଦୋକାନ ଖୋଲା ରହିବ । କିନ୍ତୁ, କୌଣସି ଜାଗାରେ ଭିଡ଼ କରିବା ମନା । ଭିଡ଼ ହେଲେ ଦୋକାନ ସିଲ୍‌ ହେବ । ଅସ୍ଥାୟୀ ଦୋକାନଗୁଡ଼ିକ ମଧ୍ୟରେ ୩୦ ଫୁଟ ଦୂରତା ରହିବ । ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବେ । ପ୍ରତ୍ୟେକ ଲୋକ ନିଜ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସଉଦା ଓ ପନିପରିବା ଆଣିବେ । ଲକଡାଉନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ପୁଲିସ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ, ଗଣମାଧ୍ୟମ ସମେତ ଜରୁରୀ ସେବା ଯୋଗାଉଥିବା ସମସ୍ତ ବିଭାଗ ଓ ସଂସ୍ଥାର ଲୋକେ ପରିଚୟପତ୍ର ଦେଖାଇ ଯା’ ଆସ କରିପାରିବେ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ । ଲକ୍ ଡାଉନକୁ ସଫଳ କରିବା ପାଇଁ ରଣପୁର ପୋଲିସ ତରଫରୁ ଆରମ୍ଭ ହୋଇଛି ବ୍ୟାପକ ବ୍ୟବସ୍ଥା , ରଣପୁର ପୋଲିସ ଦ୍ୱାରା , ରଣପୁର ଡାକ୍ତରଖାନା ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏବଂ ବିଭିନ୍ନ ଛକ, ଜନ ଗହଳି ରାସ୍ତା ଆଦି ଜାଗାରେ ପୋଲିସ କଡା ପ୍ରହରା ଦେଇଥିଲା l ଲକ୍ ଡାଉନ ନିୟମ ଭାଙ୍ଗୁ ଥିବା ଅମାନିଆଙ୍କୁ ଧରି ତାଗିଦ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଇଛି l ଲକ୍ ଡାଉନର ପ୍ରଥମ ଦିନରେ ରଣପୁର ପୋଲିସ ୧୨ ଜଣ ଅମାନିଆ ଙ୍କ ଠାରୁ ୬୦୦୦ ଟଙ୍କା ଫାଇନ ଆଦାୟ କରିଥିବାର ରଣପୁର ଆଇ.ଆଇ.ସି. ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି . ସେହିପରି ଚାନ୍ଦପୁର ପୋଲିସ ମଧ୍ୟ ଏହି ଲକ୍ ଡାଉନକୁ ସଫଳ କରିବା ପାଇଁ ଦିନ ତମାମ ଚାନ୍ଦପୁର ଥାନା ଅଂଚଳରେ ଚେକିଂ ଜାରି ରଖିଥିବା ଜଣା ପଡିଛି !

LEAVE A REPLY

Please enter your comment!
Please enter your name here