ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ତାର କରାଳ ରୂପ ଦେଖାଇଥିବା ସମୟରେ ପ୍ରତିଦିନ ଝରି ପଡୁଛି ଅନେକ ଜୀବନ . କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା । ଭୁବନେଶ୍ୱର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥ ଙ୍କର କୋଭିଡରେ ଦେହାନ୍ତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇ ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ରେ ଚିକିତ୍ସିତ ହେଉଥିଲେ ଡିଆଇଜି ସୁନିଲ ପାର୍ଥ । ସୂଚନା ମୁତାବକ ସେ ୨୬ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । କରୋନା କାଳରେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରସଂସା କରାଯାଇଛି । ପ୍ରଥମ ୱେଭ୍ କରୋନା ସଂକ୍ରମଣ ବେଳେ ସିଆରପିଏଫ୍ କ୍ୟାମ୍ପସରେ ଜଣଙ୍କର ମୃତ୍ୟୁ ହୋଇନଥିଲା । ସୁନୀଲଙ୍କ ନିଧନ ଅପୂରଣୟୀ କ୍ଷତି ସୃଷ୍ଟି କରିଛି ବୋଲି ସାଥି କର୍ମଚାରୀ ଏବଂ ଅଧିକାରୀ ପ୍ରକାଶ କରିଛନ୍ତି ।