ବଡ଼ମ୍ବା ବ୍ଳକ ରେ ଲଗାଣ ବର୍ଷା : ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଳକ ରେ ଲଗାଣ ବର୍ଷା ପ୍ରଭାବ ରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତା ରେ ଚାଷୀ ! କଟକ ଜିଲ୍ଲା ବଡ଼ମ୍ବା ରେ ଲଗାଣ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଛି. ଗତ ମଙ୍ଗଳବାର ଲଗାଣ ବର୍ଷା ରେ ଜଳ ମଗ୍ନ ହୋଇଛି ବଡ଼ମ୍ବା ବ୍ଳକ ର ବିଭିନ୍ନ ଅଞ୍ଚଳ. ବର୍ଷା ର ପରିମାଣ ଏତେ ପ୍ରଖର ଥିଲା ଯେ ରାସ୍ତା ଉପରେ ଦୁଇ ଫୁଟ ପାଣି ଚାଲିବା ଦେଖିବାକୁ ମିଳିଥିଲା. ଶଙ୍ଖାମେରୀ ରୁ ଗୋପାମଥୁରା ସଂଯୋଗ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିଲା. ସେପଟେ ଶଙ୍ଖାମେରୀ, ଗୋପାମଥୁରା, ଗୋପୀନାଥପୁର, ତୁଣପୁର, ମୁଗଗହିରି, ତେଲେଣିଆ, ବାଂଗେରିସିଂହା ପ୍ରଭୁତି ନଦୀ କୁଳ ବର୍ତ୍ତୀ ଅଞ୍ଚଳ ର ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି ! ଯଦି ବର୍ଷା ଜଳ ଦୁଇ ରୁ ତିନିଦିନ ଜମିରେ ରହେ ତେବେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ! ଯେଉଁ ଚାଷୀମାନେ ପନିପରିବା ଚାଷ କରିଛନ୍ତି ସେମାନଙ୍କ କ୍ଷେତ ରେ ପାଣି ପଶି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି !

Leave a Reply

Your email address will not be published. Required fields are marked *