ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜସ୍ବ ମନ୍ତ୍ରୀ ଙ୍କର ଆଭିମୁଖ୍ୟ ନେଇ ସବୁବେଳେ ଚର୍ଚା ! ବିଭିନ୍ନ ଘଟଣାରେ ତାଙ୍କର କଡା ବୟାନ ଏବଂ କାର୍ଯ୍ୟାନୁଷ୍ଠାନ ସବୁବେଳେ ଗଣମାଧ୍ୟମରେ ଆଲୋଚନାର ବିଷୟ ! ହେଲେ ଦୀପ ତଳ ଅନ୍ଧାର ପରି ରାଜଧାନୀ ପାଖ ଖୋର୍ଦ୍ଧା ଜିଲ୍ଲାରୁ ସାମନାକୁ ଆସିଛି ! ଖୋର୍ଦ୍ଧା ଜିଲ୍ଲା , ବୋଲଗଡ ତହସିଲ , ପିଚୁକୁଳି ଆରଆଇ ସର୍କଲ ଅଧିନସ୍ଥ ଗୋପାଳପୁର ପଂଚାୟତର ଦେଉଳି ମୌଜା ରେ ଏକର ଏକର ଗୋଚର ଜମି ବେଆଇନ ଦାଖଲ ହୋଇ ସ୍ଥାୟୀ ଘର ନିର୍ମାଣ ହୋଇଛି ! ସୂଚନା ଅନୁସାରେ ଖାତା ନଂ 191, 193 ର ପ୍ଲଟ ନଂ 361 ଏବଂ 363 ରେ ପ୍ରାୟ ପାଞ୍ଚ ଏକର ରୁ ଅଧିକ ଜମି ସେହି ଗ୍ରାମର ସଂସାରୀ ବେହେରା , ପିତା – କାଶୀନାଥ ବେହେରା ବଳ ପୂର୍ବକ ଦଖଲ କରି ଦୁଇଟି ଶିକ୍ଷାନୁଷ୍ଠାନର ପ୍ରବେଶ ପଥକୁ ମଧ୍ୟ ଅବରୋଧ କରି ଦେଇଛନ୍ତି ! ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ !
ଜବରଦଖଲ ରେ ଏକର ଏକର ଗୋଚର ଜମି !!!

