ଭୋକିଲା ପେଟକୁ ନିୟମିତ ଦାନା ଯୋଗାଉଛନ୍ତି ବିଜୁ ଯୁବ ଜନତା ଦଳର ସଦସ୍ୟ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଜୁ ଯୁବ ଜନତାଦଳର ମହାନତା । ତାଲା ବନ୍ଦ କଟକଣା ପରିସ୍ଥିତିରେ ଅସହାୟ ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟ ମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ସପ୍ତାହନ୍ତ ସଟ୍ ଡାଉନ୍, ରାତ୍ରୀ କାଳୀନ କର୍ଫ୍ୟୁ ସହ ବର୍ତ୍ତମାନ ୧୪ଦିନିଆ ଲକ୍ ଡାଉନ୍ ମଧ୍ୟ ଜାରି ରହିଛି ସାରା ରାଜ୍ୟରେ । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଦିନ ୧୨ ପରଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ଯୋଗୁଁ ବାଲିଗୁଡ଼ା ଡାକ୍ତରଖାନାକୁ ଦୈନନ୍ଦିନ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମୁଠେ ଖାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାଲିଗୁଡ଼ା ବିଜୁ ଜନତା ଦଳର ଯୁବକ ମାନେ ଭୋକିଲା ପେଟରେ ମୁଠେ ଦାନା ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ନିକଟରେ ରନ୍ଧା ଖାଦ୍ୟ ନେଇ ପହଞ୍ଚି ଯାଉଛନ୍ତି ଦଳର ସଦସ୍ୟ ମାନେ ।

ନିଜ ଖର୍ଚ୍ଚରେ ଭାତ, ଡାଲମା, ଅଣ୍ଡା, ଆଚାର ଆଦି ଖାଦ୍ୟ ପ୍ରସ୍ତୁତ କରି ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏହି ଯୁବକ ମାନେ । ମୁଠେ ଖାଇବାକୁ ନପାଇ ଛଟପଟ ହେଉଥିବା ଲୋକେ ଖାଦ୍ୟ ପାଇ ଯୁବକ ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ କହିବା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିବ ଦଳର ଅନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ସେତେଦିନ ପର୍ଯ୍ୟନ୍ତ ଏଭଳି ଖାଦ୍ୟ ଯୋଗାଇବାର ଚେଷ୍ଟା ଜାରି ରହିବ ।

Leave a Reply

Your email address will not be published. Required fields are marked *