ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ପୌର ପରିଷଦର ୮ ନମ୍ବର ୱାର୍ଡର ବୁଢ଼ୀବଗିଚା ସାହିରେ ବନ ବିଭାଗ ପକ୍ଷରୁ ଗତ ପାଞ୍ଚ ବର୍ଷ ତଳେ ସରକାରୀ ଜମିରେ ବୃକ୍ଷ ରୋପଣ କରାଯାଇଥିଲା । ସେହି ସରକାରୀ ଜମିରୁ କିଛି ଅଂଶ ବୈଠକ ଘର ଓ ମନ୍ଦିର ନିର୍ମାଣ କରିବା ପାଇଁ ରଖା ଯାଇଥିଲା । ଏହି ସଂରକ୍ଷିତ ଜାଗାକୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଚକ୍ରାନ୍ତ କରି ନିଜ ଅକ୍ତିଆରକୁ ଆଣି ଜବରଦଖଲ କରିଛନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରୁଛନ୍ତି ସ୍ଥାନୀୟ ଲୋକେ !