ଗଜପତିରେ ପୁଣି 115 କରୋନା ପଜିଟିଭ ଚିହ୍ନଟ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 115 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 37 ଜଣ, ଗୋଶାଣି ବ୍ଳକରେ 24 ଜଣ, ଗୁମ୍ମା ବ୍ଳକରୁ 2 ଜଣ, କାଶୀ ନଗର ବ୍ଳକରୁ 18ଜଣ , ମୋହନା ବ୍ଳକରୁ 16 ଜଣ, ନୂଆଗଡ଼ ବ୍ଳକରୁ 5 ଜଣ, ଆର.ଉଦୟଗିରି ବ୍ଳକରୁ 12 ଜଣ, ଗଜପତିରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି . ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟରରେ ରଖ ଯାଇଥିବା ସମୟରେ ଅନ୍ୟ କିଛି ବ୍ୟକ୍ତି ହୋମ ଆଇସୋଲେସନ ରେ ଥିବା ସମ୍ପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *