୫ କୋଟି ୫୭ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ରାୟଗଡା ପୁଲିସ !!

0
239

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ହୋଇ ଉଠିଛନ୍ତି ନିଶା ମାଫିଆ . ଜିଲ୍ଲାରେ ଅବାଧ ଚୋରା ମାଦକ ଦ୍ରବ୍ୟ ଏବଂ ଗୁଟଖାର କାରବାର ଚାଲିଥିବା ସମୟରେ ନିଶା ଚାଲାଣକାରୀଙ୍କ ଗତିବିଧି ଉପରେ ସତର୍କ ନଜର ରଖିଛି ଜିଲ୍ଲା ପୁଲିସ . ଜିଲା ମଧ୍ୟରେ ହେଉଥିବା ଗଞ୍ଜେଇ ଏବଂ ଗୁଟଖା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିଶା ମାଫିଆଙ୍କ ଗତିବିଧି ଉପରେ ନଜର ରଖି ବିଭିନ୍ନ ସ୍ଥାନରୁ ବ୍ୟାପକ ଗୁଟଖା ଏବଂ ଗଞ୍ଜେଇ ଜବତ କରାଯାଇଛି । ଗତଏକ ମାସ ମଧ୍ୟରେ ପୋଲିସ ନିଜ ଜାଲ ବିଛାଇ କେତେକ ଚୋରା ବେପାରୀଙ୍କୁ ଧରିବାରେ ସଫଳତା ପାଇଥିବା ଦେଖିବକୁ ମିଳିଛି । ବିଗତ ଦିନରେ ସହର ମଧ୍ୟରୁ ନକଲି ଗୁଟଖା ଜବତ ସହ ନିଶା ମାଫିଆଙ୍କୁ ଗିରଫ କରିଥିଲା ପୁଲିସ ।ଗତକାଲି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚୋରା ଗଞ୍ଜାଇ ଓ ଗୁଟଖା ବିକ୍ରି କରୁଥିବା ବ୍ୟପାରୀଙ୍କୁ ଠାବ କରିଥିଲା ପୁଲିସ । କିଛି ଚୋରା ବେପାରୀ ପଦ୍ମପୁର, ଗୁଡରି ଓ ଚନ୍ଦ୍ରପୁର ବ୍ଲକ ଅଂଚଳରେ ଗଞ୍ଜେଇ ଚାଷ କରିଥିବା ସୂଚନା ପୋଲିସ ପାଇ ଉକ୍ତ ଅଂଚଳରେ ଚଢଉ କରିଥିଲେ । ପାଖପାଖି 416 ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା । ସେସବୁକୁ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର, ଚନ୍ଦ୍ରପୁର ଓ ଗୁଡରି ପୋଲିସ ମିଳିତ ହୋଇ ଗଞ୍ଜେଇ ଗଛ ସବୁକୁ ପୋଡି ନଷ୍ଟ କରିଥିବା ଜଣାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ରୁ ଉର୍ଦ୍ଧ୍ୱ ହେବ ବୋଲି ଜିଲ୍ଲା ପୁଲିସ ତରଫରୁ ସୂଚନା ଦିଆଯାଇଛି । ବେଆଇନ ଭାବରେ ଗଞ୍ଜେଇ ଚାଷ କରିଥିବା ଲୋକଙ୍କୁ ଗିରଫ କରି ତଦନ୍ତ ଚାଲିଥିବା ସମୟରେ ଜିଲ୍ଲାରେ ଗଞ୍ଜେଇ ଚାଲାଣ ଓ ଚାଷର କିଙ୍ଗପିନକୁ ଖୋଜୁଛି ପୁଲିସ । ବର୍ତ୍ତମାନ ସୁଦ୍ଧା ମୋଟ ୧୨ ଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

LEAVE A REPLY

Please enter your comment!
Please enter your name here