ଦୁଇଟି ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ ମେମ୍ବର ଖବର ପାଇ କାଶୀ ନଗର ବାଲ୍ୟ ବିବାହ ନିଷେଧ ଅଧିକାରୀଣି ଶ୍ରୀମତୀ କନକ ଲତା ପୂଜାରୀଙ୍କୁ ଜଣାଇ ଥିଲେ। ଶ୍ରୀମତୀ ପୂଜାରୀ ଖବର ପାଇ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ। ଏହାପରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା ଉକ୍ତ ଟିମରେ ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ, ଶିଶୁ ବିକାଶ ପ୍ରକଳ୍ପର ସୁପ୍ରଭାଇଜାର ଶ୍ରୀମତୀ ରୀନା କୁମାରୀ ବେହେରା,କାଶୀ ନଗର ଥାନାର ଏସ. ଆଇ ଶ୍ରୀଯୁକ୍ତ ରତ୍ନନିଧି ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟ ପ୍ରକାଶ ବଡ଼ତ୍ୟା, ସଖି ୱାନଷ୍ଟପ ସେଣ୍ଟରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ ଓ ସଭ୍ୟ ମଧୁସ୍ମିତା ସାହୁ,Action AIDର ସଂଯୋଜକ ଶ୍ରୀ ଆଲୋକ ପାଢ଼ୀ ଏବଂ ଚାଇଲଡ଼ ଲାଇନର ସଂଯୋଜକ ସୁଶ୍ରୀ ଏ. ମିନାକ୍ଷୀ ଉକ୍ତ ଗ୍ରାମକୁ ଯାଇ ହେବା କୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ।

ଏହା ପରେ ବିବାହ ହେବାକୁ ଥିବା ଝିଅମାନଙ୍କର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରା ଯାଇ ସେମାନଙ୍କର ପିତା ଓ ମାତାଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରାଯାଇ ଥିଲା।ଏହା ପରେ ସେମାନଙ୍କର ପିତା ଝିଅମାନଙ୍କୁ 18 ବର୍ଷ ପୂରଣ ନ ହେବା ଯାଏଁ ବିବାହ ଦେବୁ ନାହିଁ ବୋଲି ଲିଖିତ ଆକାରରେ ଦେଇ ଥିଲେ।ତେବେ ଏଥିରେ ତ୍ରୁଟି କରିବୁ ହେଲେ ଆଇନ ଅନୁସାରେ ଦଣ୍ଡ ପାଇବୁ।ଟାସ୍କଫୋର୍ସ ଦ୍ବାରା ଝିଅମାନଙ୍କୁ ପରାମର୍ଶ ଦେବା ସହ ଉପସ୍ଥିତ ଶିଶୁ ମଙ୍ଗଳ ସମିତିର ସଦସ୍ୟାଙ୍କ ଆଗରେ ଝିଅମାନଙ୍କୁ ଉପସ୍ଥାପନ କରାଯାଇ ଥିଲା।ଝିଅ ମାନଙ୍କୁ 18 ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *