ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚୋରକୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ , ସାଇକେଲ ଚୋରକୁ କାବୁ କଲେ ଲୋକେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କଲ୍ୟାଣପୁର ଗ୍ରାମ ନିକଟରେ । ସୂଚନା ମୁତାବକ ଜଣେ ଚୋର ଶିଶୁଆ ବଜାରରୁ ଏକ ସାଇକେଲ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ପିଛା କରି ସାଇକେଲ ଚୋରକୁ କଲ୍ୟାଣପୁର ନିକଟରେ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଲୋକ ମାନେ କାବୁ କରିଥିବା ସାଇକେଲ ଚୋରକୁ ଅକ୍ତିଆର କୁ ନେଇଥିଲେ । ପୋଲିସ ସାଇକେଲ ସହ ଚୋରକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।