ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ। କୌଣସି ସୂତ୍ରରୁ ଖବର ପାଇ କିଶନନଗର ଥାନା ରଟିଲୋ ପଞ୍ଚାୟତ ହରିପୁର ଗାଁ ଜ୍ୟୋତିରଂଜନ ପାତ୍ରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୁଲିସ ! ସାଲେପୁର ଏସଡିପିଓ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ କିଶନନଗର ପୋଲିସ ଓ ନିଶ୍ଚିନ୍ତକୋଇଲି ପୋଲିସର ମିଳିତ ଚାଢାଉ । ବିଭିନ୍ନ ପ୍ରକାରର ବାଣ ଜବତ କଲା ପୋଲିସ , ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି ! ଜିଲ୍ଲା ଓ ଜିଲ୍ଲା ବାହାରୁ ପାର୍ବଣ ଋତୁ ପାଇଁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଆଣି ଜ୍ୟୋତିରଂଜନ ନିଜ ଘରେ ରଖି ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ ! ବିନା ଫାୟାର ସେଫେଟି ଓ ବିନା ଲାଇସେନ୍ସରେ ଗଛିତ ରଖ ଯାଇଥିଲା ବାଣ । ସାଲେପୁର ଏସ୍ଡିପିଓଙ୍କ ନେତୃତ୍ୱରେ ସେସବୁକୁ ଜବତ କରଯାଇ କିଶନନଗର ଥାନାରେ ରଖାଯାଇଛି । ଏହି ଘଟଣାରେ ଜ୍ୟୋତିରଂଜନଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ କରୁଥିବା ନେଇ ସାଲେପୁର ଏସ୍ଡିପିଓ ସୂଚନା ଦେଇଛନ୍ତି ।