ନବରାତ୍ର ଉପଲକ୍ଷେ ବାଣପୁର ରେ ଦାଣ୍ଡିଆ ଉତ୍ସବ !!!

0
571
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ନବରାତ୍ରି ଉପଲକ୍ଷେ ବାଣପୁର ରଘୁନାଥ ସାହି ରେ ବିଭିନ୍ନ ମହିଳା ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ବାଣପୁର, ଚିଲିକା ଅଞ୍ଚଳ ରେ ପ୍ରଥମ ଥର ପାଇଁ ରଙ୍ଗା ରଙ୍ଗ ଦାଣ୍ଡିଆ ନୃତ୍ୟ ପରିବେଷଣ କରା ଯାଇଛି । ଏହି ନୃତ୍ୟ ଉତ୍ସବ ରେ ପ୍ରାୟ ୧୫୦ ମହିଳା ଭାଗ ନେଇ ଦାଣ୍ଡିଆ ନୃତ୍ୟ ରେ ମା ଦୁର୍ଗା ଙ୍କୁ ଆବାହନ କରିଥିଲେ । ବିଶ୍ୱାସ ଅଛି ଯେ ଦାଣ୍ଡିଆ ନୃତ୍ୟ ଶକ୍ତି ରୁପି ମା ଦୁର୍ଗା ଙ୍କ ରାକ୍ଷସ ମହିଷାସୁର ଉପରେ ବିଜୟ ର ନାଟ୍ୟ ରୂପାନ୍ତର ଓ ଦାଣ୍ଡିଆ ରେ ବ୍ୟବହାର ହେଉଥିବା ଛୋଟ ବାଡ଼ି ଗୁଡିକ ମା ଦୁର୍ଗା ଙ୍କ ଖଣ୍ଡା ର ପ୍ରତୀକ । ମହିଳା ମାନେ ବୃତ୍ତା କାର ରେ ଦାଣ୍ଡିଆ ବାଡ଼ି ଧରି ମା ଙ୍କ ଆଶୀର୍ବାଦ ପାଇଁ ନୃତ୍ୟ କରୁଥିବା ଦୃଶ୍ୟ ବେଶ ହୃଦୟ ସ୍ପର୍ଶି । ରଜ ରାଣୀ ଆଦିତି ଦାସ ଙ୍କ ଦ୍ୱାରା ଏହି ଉତ୍ସବ କୁ ଉଦଘାଟନ କରାଯାଇଥିବା ବେଳେ ବାଣପୁର ପିଙ୍କ ଫାସନ ଦ୍ୱାରା ଏହି ଦାଣ୍ଡିୟା ରାତ୍ରି କୁ ଆୟୋଜନ କରାଯାଇଛି । ପ୍ରତିବର୍ଷ ଏହି ଭଳି ଦାଣ୍ଡିୟା କାର୍ଯ୍ୟକ୍ରମ କରାଯିବ ବୋଲି ପିଙ୍କ ଫାସନ ର ପ୍ରତିଷ୍ଠାତା ବନିତା ପାତ୍ର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here