ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ – ବଡମ୍ବା ଗୋପୀନାଥପୁର ହାଇସ୍କୁଲ ପଡିଆ ଠାରେ ଜେ କେ ଲଷ୍ମୀ ସିମେଣ୍ଟ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଶାନ୍ତ କୁମାର ଡ଼ାଳୁଆ ଙ୍କ ପୌରୋହିତ୍ୟରେ କମ୍ପାନୀ ର ବହୁ ବରିଷ୍ଠ ଆଡ଼ଭାଇଜର ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କମ୍ପାନୀ ର ସମସ୍ତ ପ୍ରଡକ୍ଟ ଉପରେ ଅଂଚଳରେ କାମ କରୁଥିବା ରାଜମିସ୍ତ୍ରୀ ମାନଙ୍କୁ ଏକତ୍ରିତ କରି , କୃତି ମିସ୍ତ୍ରୀ ମାନଙ୍କୁ କମ୍ପାନୀ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଙ୍ଗରସିଂହ, ମୁଗଗହୀର, ତେଲେଣିଆ, ତୁଣପୁର, ଗୋପୀନାଥପୁର, ଖୁଣ୍ଟକଟା, ସୁନାପାଳ ଏବଂ ବଡମ୍ବା ବ୍ଲକ ର ବହୁ ପୁରୁଖା ମିସ୍ତ୍ରୀ ମାନେ ଯୋଗ ଦେଇଥିଲେ । ବନ୍ଧୁମିଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଜେ କେ ଲଷ୍ମୀ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ମାନଙ୍କ ସହ ବନ୍ଧୁ ମିଳନ !!!

