ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି: ସି.ଆଇ.ଡି. କ୍ରାଇମବ୍ରାଞ୍ଚ (CID-CB), ଓଡ଼ିଶା ଦ୍ୱାରା ପ୍ରାୟୋଜିତ ଏବଂ ପରିଚାଳିତ ଏକ ବ୍ୟାପକ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଗଜପତି ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ (CC & EO) ଥାନାର ଅଧିକାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ସାଇବର ସୁରକ୍ଷା ନିୟମ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ତଥା ଆର୍ଥିକ ଠକେଇ, ଡିଜିଟାଲ ଆରେଷ୍ଟ ଓ ପରିଚୟ ଚୋରି (ଆଇଡେଣ୍ଟିଟି ଥେଫ୍ଟ) ଭଳି ସାଇବର ଅପରାଧରୁ ବର୍ତ୍ତିବା ଉପରେ ସଚେତନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା, କାହା ସହ OTP ସେୟାର ନକରିବା ଏବଂ କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିସହ କୌଣସି ପ୍ରକାର ସାଇବର ଠକେଇ କିମ୍ବା ନିର୍ଯାତନାର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ (1930), ଅଫିସିଆଲ୍ ପୋର୍ଟାଲ (cybercrime.gov.in) କିମ୍ବା ପାରଳାଖେମୁଣ୍ଡି ସ୍ଥିତ CC & EO ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି, ଯାହାକି ଛାତ୍ର ସମାଜକୁ ଏକ ଡିଜିଟାଲ୍ ସୁରକ୍ଷିତ ପରିବେଶ ଯୋଗାଇବାରେ ଗଜପତି ପୋଲିସର ପ୍ରତିବଦ୍ଧତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *