ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୫୫ ତମ କେଭିଏସ୍ ଜାତୀୟ ସ୍କେଟିଂ ଚମ୍ପିଆନସିପ୍ ରେ ଓଡ଼ିଶାକୁ ଦୁଇଟି କାଂସ୍ୟ ପଦକ , ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ସୁଶ୍ରୀ ଶାମ୍ଭବୀଙ୍କ ଭେଟି ! ଗଜପତିଙ୍କୁ ଗୌରବାନ୍ୱିତ କରି, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ୯ମ ଶ୍ରେଣୀର ସୁଶ୍ରୀ ଶାମ୍ଭବୀ ସାହୁ ୫୫ତମ କେଭିଏସ୍ ଜାତୀୟ କ୍ରୀଡ଼ା ମିଟ୍ -୨୦୨୬ରେ, ୧୦୦୦ ମିଟର ଏବଂ ୩୦୦୦ ମିଟର ରୋଲର୍ ସ୍କେଟିଂ (ଅଣ୍ଡର-୧୭ ଝିଅ ବର୍ଗ)ରେ ୨ଟି କାଂସ୍ୟ ପଦକ ଜିତିଛନ୍ତି । ଏହି ପ୍ରତିଷ୍ଠିତ ମିଟ୍ ଯାହା ପୁଡ଼ୁଚେରୀ ଠାରେ ଆୟୋଜିତ ହୋଇଥିଲା ଏଥିରେ ଭାରତର ୨୫ଟି କେଭିଏସ୍ ଜୋନ୍ ରୁ ୫୦୦ରୁ ଅଧିକ ପ୍ରତିଭାଗୀ ବିଭିନ୍ନ କ୍ରୀଡ଼ା ବିଭାଗରେ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ୱର ଜୋନ ଦଳରେ ୧୮ ଜଣ ଛାତ୍ରଛାତ୍ରୀ ଥିଲେ, ଯାହାମଧ୍ୟରୁ ୩ ଜଣ – ସୁଶ୍ରୀ ଶମ୍ଭବୀ ସାହୁ, ୟୁ. ସାନଭୀ ଏବଂ ଅଭିରାଜ ଜେନା ପିଏମ୍ ଶ୍ରୀ କେଭି ଗଜପତିକୁ ପ୍ରତିନିଧିତ୍ୱ କରିଥିଲେ । ସୁଶ୍ରୀ ଶାମ୍ଭବୀଙ୍କ ଦୁଇଟି ପୋଡିଅମ୍ ଫିନିସ୍ ତାଙ୍କର ଅବିରତ କଠିନ ପରିଶ୍ରମ ଏବଂ ନିଷ୍ଠାପୂର୍ଣ୍ଣ ପ୍ରଶିକ୍ଷଣର ଫଳ । ସେ କୋଚ୍ ସୁକାନ୍ତ ଦଳବେହେରା, ଗଜପତି ଜିଲ୍ଲା ରୋଲର୍ ସ୍କେଟିଂ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ମୋହନ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିତ ହୋଇଥିଲେ ଏବଂ PET ଶ୍ରୀ କେ. ଶ୍ୟାମ ପ୍ରସାଦଙ୍କ ଦ୍ୱାରା ମାର୍ଗଦର୍ଶନ ପାଇଥିଲେ । ତାଙ୍କର ଏହି ସଫଳତାରେ ପିତା ଶ୍ରୀ ଅଜିତ କୁମାର ସାହୁ, ମାତା ଶ୍ରୀମତୀ ଉର୍ମିଳା ପୃଷ୍ଟି ଏବଂ ଜେଜେମା ସାରସ୍ ଲତା ସାହୁ ଖୁସି ପ୍ରକାଶ କରିଛନ୍ତି । ପିଏମ୍ ଶ୍ରୀ କେଭି ଗଜପତିର ପ୍ରିନସିପାଲ ଏବଂ କର୍ମଚାରୀବୃନ୍ଦ ସୁଶ୍ରୀ ଏବଂ ସମସ୍ତ ଅଂଶଗ୍ରାହୀଙ୍କୁ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏବଂ ଭୁବନେଶ୍ୱର ଜୋନ ଓ ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
୫୫ ତମ କେଭିଏସ୍ ଜାତୀୟ ସ୍କେଟିଂ ଚମ୍ପିଆନସିପ୍ ରେ ଓଡ଼ିଶାକୁ ଦୁଇଟି କାଂସ୍ୟ ପଦକ !!!

