ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଥାନା କେସ୍ ନଂ ୩୩୧, ତା.୧୦.୦୮.୨୦୨୬, ଦଫା ୨୦(B)(ii)(B)/୨୯ NDPS Act ମାମଲାରେ ପାରଳାଖେମୁଣ୍ଡି ପୋଲିସ ଦ୍ୱିତୀୟ ଅଭିଯୁକ୍ତ ସର୍ବସୁଦ୍ଧି ବାଲାଜୀ @ ବାଲୁ (୪୫), ପିତା- ସର୍ବସୁଦ୍ଧି ବାୟା ଦାଶ, ସାଂ- ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରିଛି। ଗତ ୧୦.୦୮.୨୦୨୬ ତାରିଖରେ ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ପୋଲିସ ପାଟ୍ରୋଲିଂ ଟିମ୍ ବାଟାଗୌଡ଼ ସାହି ଛକ ନିକଟରେ ସଦାଶିବ ପାଣିଗ୍ରାହୀ (୪୫) ଙ୍କୁ ଅଟକାଇ ତାଙ୍କ ନିକଟରୁ ୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ଏବଂ ତାଙ୍କୁ ପ୍ରଥମ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତ ସମୟରେ ଜବତ ଗଞ୍ଜେଇ ଯୋଗାଣରେ ସର୍ବସୁଦ୍ଧି ବାଲାଜୀ @ ବାଲୁଙ୍କ ସମ୍ପୃକ୍ତି ସମ୍ବନ୍ଧରେ ପ୍ରମାଣ ମିଳିବାରୁ, ତାଙ୍କୁ ୨୫.୦୯.୨୦୨୬ ତାରିଖରେ ଆଇନଗତ ପ୍ରକ୍ରିୟା ପାଳନ କରି ଗିରଫ କରାଯାଇଛି ଏବଂ ଆଜି ତା.୨୬.୦୯.୨୦୨୬ରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଗଞ୍ଜେଇ ସଂଗ୍ରହ ଓ ଯୋଗାଣର ସମ୍ପୂର୍ଣ୍ଣ ଶୃଙ୍ଖଳା ସହ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

