କରୋନା ସମୟରେ ସ୍ୱେଚ୍ଛାସେବୀ ସାଜିଲେ ଦେବଦୂତ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କରୋନା ସମୟରେ ସ୍ୱେଚ୍ଛାସେବୀ ସାଜିଲେ ଦେବଦୂତ । ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରହେଲା ସାନିଟାଇଜ । କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରାଯାଇଛି । ଏହି କାର୍ଯ୍ୟରେ ତିନିଘରିଆ ପୂଜା କମିଟି ସଭାପତି ଲେଲିନ ଖୁଣ୍ଟିଆ, ଯୁବ ସମାଜସେବୀ ଆଲୋକ ବସ୍ତିଆ, ଶୁଭେନ୍ଦୁ ଭୂୟାଁ, ପୋପରଡା ମହାଦେବ ପୂଜା କମିଟିର ସମ୍ପାଦକ ସୁଦର୍ଶନ ଜେନା, ବରିଷ୍ଠ ନାଗରିକ ସଂଘ ପୂର୍ବ କଟକର ସଂଗଠନ ସମ୍ପାଦକ ହୃଦାନନ୍ଦ ପଟ୍ଟନାୟକ, ସଭାପତି ବିଜୟ କୁମାର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଅଗଣି ଚରଣ ନାୟକ ଙ୍କ ସମେତ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ବିଜୟ ନାୟକ, ବାବୁଲି ଦାସ, ନାରାୟଣ ଜେନା, ସ୍ମୃତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଞ୍ଚଳ ବାସିନ୍ଦା ବାରମ୍ବାର ମହାନଗର ନିଗମକୁ ଜଣାଇବା ପରେ ମଧ୍ୟ ବିଶୋଧିକରଣ ହୋଇ ପାରୁନଥିଲା ବେଳେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଏହି ବିଶୋଧନ କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *