ଅକ୍ସିଜେନ ସିଲିଣ୍ଡର ଯୋଗାଇଲେ ବିଶିଷ୍ଟ ସମାଜସେବୀ ବିଭୁତି ସାହୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ର ଦ୍ଵିତୀୟ ଲହରୀ ଉଗ୍ର ରୂପ ଧାରଣ କରିଥିବା ସମୟରେ ଅନୁଗୋଳ ଜିଲ୍ଲାରେ ଦୈନିକ ପାଖାପାଖି ଆଠଶହ ରୁ ହଜାରେ ରୋଗୀ ସଂକ୍ରମିତ ହେଉଛନ୍ତି ।ତାଳଚେର ଅଞ୍ଚଳରେ ଦୈନିକ ସଂକ୍ରମିତ ରୋଗୀଙ୍କ ହାର ମଧ୍ୟ ଅଧିକ । ଏହି ମହାମାରୀ ସମୟରେ ଅକ୍ସିଜେନର ଘୋର ଅଭାବ ଯୋଗୁଁ କରୋନାରେ ଆକ୍ରାନ୍ତ ଲୋକ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି , ଲୋକ ମାନଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଝଡି ଯାଉଛି । ଗୁରୁତର କରୋନା ରୋଗୀଙ୍କୁ ସଂଜୀବନି ସଦୃଶ ଅକ୍ସିଜେନ ଦେଇ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ପଣ କରି ତାଳଚେର ଘଣ୍ଟପଡା ଗ୍ରାମର ବିଶିଷ୍ଟ ସମାଜସେବୀ ବିଭୁତି ସାହୁ ନିଜସ୍ୱ ସହଯୋଗରେ ତାଳଚେର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତାଳଚେର ସବ ଡିଭିଜନାଲ ରେଡକ୍ରସକୁ ତିନିଗୋଟି ଏବଂ ତାଳଚେର ଉପଖଣ୍ଡ ଚିତ୍ସାଳୟ ଅଧିକାରୀଙ୍କ ଉପସ୍ଥିତିରେ ତାଳଚେର ଆଦର୍ଶ କୋଭିଡ କେୟାର ସେଣ୍ଟରକୁ ଦୁଇଗୋଟି ଅକ୍ସିଜେନ ସିଲିଣ୍ଡର ଦେଇ ସହଯୋଗ କରିଛନ୍ତି । ଏହି ଅକ୍ସିଜେନ ସିଲିଣ୍ଡର ସହାୟତା କାର୍ଯ୍ୟକ୍ରମରେ ତାଳଚେର ଉପ-ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ଏଡିଏମ୍ ରଜନୀକାନ୍ତ ସ୍ୱାଇଁ ଉପଖଣ୍ଡ ରେଡକ୍ରସ ମୁଖ୍ୟ ସଂଯୋଜକ ବଳରାମ ପତି, ସମାଜସେବୀ ରଞ୍ଜିତ ମହାପାତ୍ର, ପ୍ରମିଳା ଦେହୁରୀ, ରିତା ଦାସ , ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି ସମାଜସେବୀ ବିଭୁତି ସାହୁ ଗତବର୍ଷ କରୋନା ମହାମାରୀ ସମୟରୁ ଅନୁଗୋଳ କଣିହାଁ ରେଙ୍ଗାଳୀ ଛେଣ୍ଡିପଦା ପାଲଲହଡା ଖମାର ପର୍ଜଙ୍ଗ ଓ କାମାକ୍ଷାନଗର ପ୍ରଭୁତି ଅଞ୍ଚଳରେ ଗରିବ ଅସହାୟ ଦିନ ମଜୁରିଆ ମାନସିକ ଦିବ୍ୟଙ୍ଗ ରୋଗୀ ଏବଂ ଅଗ୍ନିବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ ଜରିପାଲ ଓ ଆର୍ଥିକ ସହାୟତା ଯୋଗାଇଥିଲେ । ସମାଜସେବୀ ଶ୍ରୀ ସାହୁଙ୍କ ଆଜି ଏଭଳି ମହନୀୟ କାର୍ଯ୍ୟ ପାଇଁ ଅଞ୍ଚଳ ସାରା ତାଙ୍କୁ ତାଳଚେରର ସୋନୁ ସୋଦ ବୋଲି ଆଖ୍ୟା ଦେଇ ଭୁୟସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *