ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ସାଆନ୍ଦା ସରପଞ୍ଚ ଲୋକ ମାନଙ୍କ ମଧ୍ୟରେ କରୋନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଚାର କରି ସେମାନେ ନିଜେ ସୁରକ୍ଷିତ ରହିବ ସହିତ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ସଚେତନ କରାଇଥିଲେ । କରୋନା ର ଦ୍ୱିତୀୟ ଲହରୀ ସମସ୍ତ ଜନ ସମାଜ ପାଇଁ ଅତ୍ୟନ୍ତ ବିପଦ ଦାୟକ ହୋଇଥିବାରୁ ଏହା ଜୀବନ ପ୍ରତି ଅତ୍ୟନ୍ତ ଘାତକ ଅଟେ ।
ଏହି କରୋନା ମହାମାରୀ ସମୟରେ ସଂକ୍ରମଣ କବଳରୁ ସୁରକ୍ଷିତ ରହିବା ପାଇଁ ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୌତମ ପାଣି ଆଜି ସାଆନ୍ଦା ପଞ୍ଚାୟତର ଶାନ୍ତିନଗର ଠାରେ ଶତାଧିକ ଲୋକଙ୍କୁ ମହାମାରୀ କରୋନା ଉପରେ ସଚେତନ କରିବା ସହ ମାସ୍କ ବଣ୍ଟନ କରିଛନ୍ତି ।