ଅନାଥ ପିଲାଙ୍କ ମନ ପସନ୍ଦର ଡ୍ରେସ କିଣାଇଲା ଜିଲ୍ଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ନିଷ୍ପତ୍ତି ହୋଇଥିବା ପ୍ରକାରେ ଜିଲ୍ଲାରେ ଥିବା ଏକମାତ୍ର ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଖୁସି ନିମନ୍ତେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପାରଳାଖେମୁଣ୍ଡିରେ ଥିବା ଏକ ଘରୋଇ ବସ୍ତ୍ର ଦୋକାନକୁ ନେଇ ମନ ପସନ୍ଦର ଡ୍ରେସ କିଣିବାର ସୁଯୋଗ ପ୍ରଦାନ କରିଛି । ନିଜର ପିଲା ମାନଙ୍କୁ ପିତାମାତା ମାନେ ଯେପରି କୌଣସି ଦୋକାନ କୁ ନେଇ ପିଲାଙ୍କୁ ନିଜ ମନ ମୁତାବକ ଡ୍ରେସ କିଣିବାରେ ସାହାଯ୍ୟ କରିଥାନ୍ତି ସେହିପରି ଜିଲ୍ଲା ପ୍ରଶାସନ ଅନାଥ ଶିଶୁମାନଙ୍କ ପିତାମାତା ସାଜି ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଥିଲେ । ଏହି ଅବସରରେ ପିଲାମାନେ ପ୍ରକାଶ କରିଥିଲେ ଯେ ବାପା ମାଆ ନଥିବା ଯୋଗୁଁ ଆମ୍ଭେମାନେ କେବେ ହେଲେ ଏହି ସୁଯୋଗ ପାଇପାରି ନଥିଲୁ । କିନ୍ତୁ ଜିଲ୍ଲା ପ୍ରଶାସନ ଯୋଗୁଁ ପାରଳାଖେମୁଣ୍ଡି ର ବଡ଼ଦାଣ୍ଡରେ ଥିବା ଶୀତ ତାପ ନିୟତ୍ରୀତ ସପିଂ ମଲ ବାରାଟମକୁ ଆସି ଆମ ପସନ୍ଦର ପୋଷାକ କିଣିବାର ସୁଯୋଗ ପାଇଥିବାରୁ ଆମେ ବହୁତ ଖୁସି । ଏହି ସୁଯୋଗ ପ୍ରଦାନ କରିଥିବାରୁ ପିଲାମାନେ ଜିଲ୍ଲା ପ୍ରଶାସନ କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ଯୋଗଦେଇ ପିଲାମାନଙ୍କୁ ଉତ୍ସ।ହିତ କରିବା ସହ ଉକ୍ତ ସପିଙ୍ଗ ମଲରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରହି ପିଲା ମାନଙ୍କ ସହ ସନ୍ଧ୍ୟା ସମୟକୁ ଉପଭୋଗ କରିଥିଲେ । ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରକଳ୍ପ ପରିଚାଳକ ପ୍ରୀତିକାନ୍ତ ପଣ୍ଡା ଉକ୍ତ ସପିଙ୍ଗରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପିଲା ମାନଙ୍କ ସହ ରହି ସେମାନଙ୍କୁ ଉତ୍ସ।ହିତ କରିବା ସହ ଜିଲ୍ଲାରେ ହେଉଥିବା ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ . ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ଏଭଳି କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *