ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 157 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 39 ଜଣ, ଗୋଶାଣି ବ୍ଳକରେ 26 ଜଣ, ଗୁମ୍ମା ବ୍ଳକରୁ 4 ଜଣ,କାଶୀ ନଗର ବ୍ଳକରୁ 23ଜଣ, ମୋହନା ବ୍ଳକରୁ 13ଜଣ, ନୂଆଗଡ଼ ବ୍ଳକରୁ 12 ଜଣ, ଆର ଉଦୟଗିରି ବ୍ଳକରୁ 22 ଜଣ, ରାୟଗଡ଼ ବ୍ଳକରୁ 7 ଜଣ, ଗଜପତିରୁ ଜଣେ, ଆନ୍ଧ୍ରପ୍ରଦେଶରୁ 10ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରଖା ଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।