କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଦାୟିତ୍ୱ ବହନ କରିବ ପୁଲିସ !!!

0
189

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍‌ ସକ୍ରିୟ ରହିଛି । ସଂଗଠନର ଅନେକ ସଦସ୍ୟ କରୋନା ସଂକ୍ରମିତ ଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ଆଦିବାସୀଙ୍କୁ ସଂକ୍ରମିତ କରିବା ଆଶଙ୍କା ମଧ୍ୟ ଦେଖା ଦେଇଛି । ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା, ମାଓବାଦୀଙ୍କୁ କରୋନାରୁ ସୁରକ୍ଷା ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ କୁ ଆଣିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ ନିବେଦନ କରାଯାଇଛି । ମାଓ ସଂଗଠନରେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଥିବେ, ସେମାନେ ଆତ୍ମ ସମର୍ପଣ କଲେ ସେମାନଙ୍କ ସମସ୍ତ ଚିକିତ୍ସା ଦାୟିତ୍ୱ ଓ ଖର୍ଚ୍ଚ ପୁଲିସ ପ୍ରଶାସନ ବହନ କରିବ ବୋଲି ଘୋଷଣା କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ‌ଗୋଚ୍ଛାପଡ଼ା, ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର, ଝିରିପାଣି ଅଞ୍ଚଳରେ ମାଓବାଦୀ ମାନେ ସକ୍ରିୟ ରହିଛନ୍ତି । ଏସବୁ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏ ଭଳି ସ୍ଥଳେ ମାଓ ସଂଗଠନର ସଦସ୍ୟ ମାନେ ଯଦି କରୋନା ସଂକ୍ରମିତ ହୋଇଥାନ୍ତି, ସେମାନେ ଆତ୍ମ ସମର୍ପଣ କରିବାକୁ ଜିଲ୍ଲା ପୁଲିସ ନିବେଦନ କରିଛି । ନିକଟରେ ଛତିଶଗଡ଼ରେ ଅନେକ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା କଥା ସେଠାକାର ପୁଲିସ ପ୍ରଶାସନ ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here