ବାତ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଲେ ବିଜୁ ଯୁବ ଜନତା ଦଳ ସଦସ୍ୟ !!

0
246

ଅନୁଗୁଳ (ଆୱାଜ଼ ମିଡ଼ିଆ)- ଅଶ୍ୱିନୀ କୁମାର ଦେବତା : କରୋନା ଦାଉ ସାଧୁ ଥିବା ବେଳେ ବାତ୍ୟା ‘ୟସ’ ଯେପରି ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଓ କୁଲେଇ ଗ୍ରାମ ପଞ୍ଚାୟତ ରେ ବାତ୍ୟା ପ୍ରପୀଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମହମବତୀ ଓ ଦିଆସିଲି ଯୋଗାଇ ଦେଇଥିଲେ ବିଜୁ ଯୁବ ଜନତା ଦଳ ।କଣିହାଁ ବ୍ଲକ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ (ବାବୁ) ପ୍ରଧାନ ଓ ଜିଲ୍ଲା ଯୁବ ସଂପାଦକ ପ୍ରଦିପ କୁମାର ସାମଲ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ରିତୁ ଦେବତା ଓ ଜିତେନ୍ଦ୍ର ବେହେରା । ବିଲିଣ୍ଡା ଓ ବିକିସର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ରେ ଲୋକଙ୍କ ସମସ୍ୟା ବୁଝି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓ ଯୁବ ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଳଙ୍କ ନିର୍ଦ୍ଦେଶରେ ସମଲ,କୁଲେଇ ଅଞ୍ଚଳରେ ବାତ୍ୟାର ସ୍ଥିତି ପରକ୍ଷିଥିଲେ ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ବାବୁ ପ୍ରଧାନ, ଜିଲ୍ଲା ଯୁବ ସଂପାଦକ ପ୍ରଦୀପ କୁମାର ସାମଲ ଓ କଣିହାଁ ବ୍ଲକ ଯୁବ ସଂପାଦକ ।

LEAVE A REPLY

Please enter your comment!
Please enter your name here