ମହଙ୍ଗା ପଡିଲା ବିବାହ ଭୋଜି ଆୟୋଜନ : କୋଭିଡ ନିୟମ ଭାଙ୍ଗି ଗଣିଲେ ୨୦ ହଜାର ଟଙ୍କା ଜରିମାନା !!!

0
189

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଭୋଜି ଆୟୋଜକ କିରଣ କୁମାର ପ୍ରଧାନ ବୁଧବାର ୨୦ ରୁ୨୫ ଜଣଙ୍କୁ ବିବାହ ଉତ୍ସବକୁ ଡାକିବେ ବୋଲି ପୋଲିସ ଠାରୁ ଅନୁମତି ନେଇଥିଲେ । ବିବାହ ପରେ ଗୁରୁବାର ସେ ଘର ନିକଟରେ ମାତ୍ର ୨୦ରୁ ୨୫ ଜଣଙ୍କ ପାଇଁ ଭୋଜି ର ବ୍ୟବସ୍ଥା କରି ଘର ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ୨ ହଜାର ଲୋକଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ପୋଲିସ କର୍ମଚାରୀଙ୍କ ସହ ଚଢ଼ାଉ କରି ଭୋଜି ବନ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here