କୋଭିଡ ହେଲ୍ପ ଡେସ୍କ ଉଦଘାଟନ କଲେ ଜେ.ପି. ନଡ୍ଡା !!!

Spread the love

ବ୍ୟୁରୋ ରିପୋର୍ଟ : ଆୱାଜ ମିଡ଼ିଆ – ଭାରତୀୟ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ୱାନ ଡିଷ୍ଟ୍ରିଟ ୱାନ କୋଭିଡ ଡେସ୍କ ଆଧାରରେ ର ସମସ୍ତ ଜିଲ୍ଲା ସ୍ତରରେ ହେଲେଥ ଡେସ୍କ କୁ ଉଦଘାଟନ କରିଛନ୍ତି ବିଜେପି ର ବରିଷ୍ଠ ନେତା ଜେ.ପି. ନଡ୍ଡା | ଏହି ହେଲଥ ଡେସ୍କ ଜରିଆରେ କରୋନା ଭୁତାଣୁ ସମ୍ପର୍କ ରେ ସଚେତନତା ସୃଷ୍ଟି କରାଯିବା ସହ ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଆଦି ପ୍ରସଙ୍ଗରେ ଜନ ଜାଗରଣ କରାଯିବ | ଏଥିସହ କରୋନା ସଂକ୍ରମିତଙ୍କ ସକାଶେ ଆମ୍ବୁଲାନ୍ସ, ଅକ୍ସିଜେନ, ମେଡିକାଲ ସେବା ଯୋଗାଇ ଦେବା ସହ କୋଭିଡ ଟୀକାକାରଣ ପାଇଁ ହେଲ୍ପ ଡେସ୍କ ସମସ୍ତ ପ୍ରକାର ର ସହାୟତା ପ୍ରଦାନ କରାଯିବ . କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମକୁମାର ଚହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ଶମ୍ବୁ କୁମାର ସମେତ ମୋର୍ଚ୍ଚାର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀଗଣ, ଜିଲ୍ଲା ସଭାପତି ଉପସ୍ଥିତ ଥିଲେ | ଓଡିଶା ପ୍ରଦେଶ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସମେତ କୃଷକ ମୋର୍ଚ୍ଚା ର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନେ ମଧ୍ୟ ସାମିଲ ହୋଇଥିଲେ . ବିଦେଶ ରେ ଥିବା ଓ କୁଏତ ର ଭାରତୀୟ ପ୍ରବାସୀ ପରିଷଦ ର ସାଧାରଣ ସମ୍ପାଦକ, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ, (ସଭାପତି -ୱାର୍ଲଡ ହ୍ୟୁମାନ ରାଇଟ କମିସନ, ଅଧ୍ୟକ୍ଷ – ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ, ଓଡିଶା, ମୋ ସହାୟ- କୁଏତ ) | ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କହିଛନ୍ତି ଯେ, ଗ୍ରାମଞ୍ଚଳ ର କରୋନା ସଂକ୍ରମଣ କୁ ପ୍ରତିହିତ କରିବା ନିମନ୍ତେ ଅବଗତି କାର୍ଯ୍ୟକର୍ତା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ରେ କରୋନା ବିରୋଧରେ ଲଢେ଼ଇରେ ଆମେ ନିଶ୍ଚିତ ଭାବେ ବିଜୟୀ ହୋଇ ବିଶ୍ୱର ସର୍ବ ବୃହତ କୋଭିଡ ଟୀକା କାରଣ କାର୍ଯ୍ୟକ୍ରମ ରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିଶ୍ରୁତବଧ | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ଏକାଠି ହୋଇ ଲଢେଇ ରେ ସାମିଲ ହେବା ପାଇଁ ଶ୍ରୀ ନଡ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି | ଓଡିଶା ପ୍ରଦେଶ ରେ ସମସ୍ତ ସାଂଘଠନିକ ଜିଲ୍ଲା ରେ ମୋର୍ଚ୍ଚା ତରଫରୁ ହେଲ୍ପ ଡେସ୍କ ଖୋଲାଯାଇଛି ମୋର୍ଚ୍ଚା ର କାର୍ଯ୍ୟକର୍ତା ଜିଲ୍ଲା ସମେତ ସିଏଚସୀ /ପି ଏଚ ସି କୋଭିଡ ଡାକରାଖାନା ରେ ସଂକ୍ରମିତ ଓ ତାଙ୍କ ସମ୍ପକ୍ରିୟ ମାନଙ୍କୁ ସହଯୋଗ ଓ ସହାୟତା ରେ ପ୍ରଦାନ କରିବେ | ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ ହୋଇ ଯାଇଛି ବୋଲି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *